******କହରେ କାଳିଆ*****
ରତନ ବେଦିରୁ ଓହ୍ଲାଇ ଆସିଛୁ
ଦେଖିବାକୁ କେଉଁ ସୁଖ,
କହରେ କାଳିଆ କାହିଁକି ଦେଇଛୁ
ମହାମାରୀ ପରି ଦୁଃଖ।।
ଭକତ ତୋହର କେଉଁ ଅପରାଧ
କରିଲେ କହରେ ଖୋଲି,
ସେଥିପାଇଁ ତୁହି ଭକ୍ତଙ୍କୁ ନ ନେଇ
ଗୁଣ୍ଡିଚା ଯାଉଛୁ ଚାଲି।।
ଦେଖିଯାଆ ଥରେ ତୋ ଚକାନୟନେ
ବଡଦାଣ୍ଡେ ଗଡି ଗଡି,
ବଡ଼ଦାଣ୍ଡ ତୋର ଶୂନ୍ୟ ପଡ଼ିଅଛି
ଭକତ ଛାଡୁନି ରଡ଼ି।।
ନୀଳ କନ୍ଦରରେ ବସିଥିଲୁ ତୁହି
ଛପନ ପଉଟି ଖାଇ,
ପୋକମାଛି ପରି ଭକତ ମରିଲେ
ଅଚିନ୍ତାରେ ଥିଲୁ ଶୋଇ।।
ବୁଝି କି ପାରୁନୁ ବିଶ୍ଵର ଯନ୍ତ୍ରଣା
ଭକତ ଆଖିର ଲୁହ,
ଦୂର କରିଦେ ତୁ ବିଶ୍ଵରୁ କରୋନା
ଝରାଇ ଅମୃତ ସୁଅ।।
✍️ପ୍ରିୟାଂଶୁ ଲେଙ୍କା
ଉପୁଳା, ବନ୍ତଳା,ଯାଜପୁର
🙏🏻🙏🏻🙏🏻🙏🏻💐💐💐