KALIA Scheme was launched by the State Government with an objective to accelerate agricultural prosperity and reduce poverty across Odisha.
୧ - ‘କାଳିଆ’ଯୋଜନା କଣ?
‘କାଳିଆ’ (Kraushak Assistance For Livelihood And Income Augmentation) ସହାୟତା” । ରାଜ୍ୟରେ କୃଷି ସମୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଦାରିଦ୍ର୍ୟ ହ୍ରାସ ଦିଗରେ ସହାୟ ହେବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି ।
୨ - ‘କାଳିଆ’ ଯୋଜନାରେ କେଉଁ ମାନେ ସହାୟତା ପାଇପାରିବେ?
‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀ (ପ୍ରକୃତଚାଷୀ) ତଥା ଅସମର୍ଥ କୃଷି ପରିବାର ବିଭିନ୍ନ ସୁବିଧା ଓ ସହାୟତା ପାଇ ପାରିବେ । ରାଜ୍ୟର ପ୍ରାୟ ୬୦ ଲକ୍ଷ କୃଷି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।
୩ - କ୍ଷୁଦ୍ର ଓ ନାମମାତ୍ର ଚାଷୀ କାହାକୁ କୁହାଯାଏ?
ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର୍ ବା ୨.୫ ଏକର କିମ୍ବା ତଦୁର୍ଦ୍ଧ ଓ ଦୁଇ ହେକ୍ଟର୍ ବା ୫ ଏକର ରୁ କମ୍,ତାଙ୍କୁ‘ କ୍ଷୁଦ୍ରଚାଷୀ’ କୁହାଯାଏ । ଯେଉଁ ଚାଷୀଙ୍କ ଜମିର ପରିମାଣ ଏକ ହେକ୍ଟର୍ ବା ୨.୫ ଏକରରୁ କମ୍, ତାଙ୍କୁ ନାମମାତ୍ର ଚାଷୀ କୁହାଯାଏା
୪ - କାଳିଆ ଯୋଜନାରେ ଚାଷୀମାନଙ୍କ ଚାଷକାର୍ଯ୍ୟ ପାଇଁ କଣ ସୁବିଧା ଅଛି?
ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଓଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲ ଋତୁରେ ମୋଟ୍ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛିା
୫ - ଜଣେ ଭୂମିହୀନ ଚାଷୀ ପରିବାର ପାଇଁ ଏହି ଯୋଜନାରେ କିଛି ସୁବିଧା ଅଛି କି?
୬- ଚାଷ କାର୍ଯ୍ୟକରିବାକୁ ଅସମର୍ଥ କୃଷିପରିବାର ନିମନ୍ତେ ଏହି ଯୋଜନାରେ କୌଣସି ସୁବିଧାର ବ୍ୟବସ୍ଥା ଅଛି କି?
ଯେଉଁ କ୍ଷୁଦ୍ର,ନାମ ମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ ଏକକାଳୀନ ୧୦,୦୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।
୭ - ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଜୀବନ ବୀମା ସହାୟତା ଅଛି କି?
ହଁ,
ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାରର ସଦସ୍ୟମାନେ ସମ୍ମୁଖିନ ହେଉଥିବା ଆର୍ଥିକ ଦୂରାବସ୍ଥା ତଥା ଅନିଶ୍ଚିତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନବୀମା ସହାୟତାର ବ୍ୟବସ୍ଥା କରାଯାଇଛି ।ଏହି ବୀମାର ସୁବିଧା ନିମ୍ନ ପ୍ରକାରେ ପ୍ରଦାନ କରାଯିବ । ୧୮ ରୁ ୫୦ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟଜମାଖାତା ଧାରୀ ମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନବୀମା ସୁବିଧା କରାଯାଇଛି ।ଏଥି ପାଇଁ ଧାର୍ଯ୍ୟ ବାର୍ଷିକ ବୀମା ପ୍ରିମିୟମ୍ ଦେୟରୁ ଚାଷୀଙ୍କ ଅଂଶବାବଦ କୁ ୧୬୫ ଟଙ୍କା ରାଜ୍ୟସରକାର ବହନ କରିବେ ।
୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଂଚୟ ଜମା ଖାତାଧାରୀ ମାନଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୂର୍ଘଟଣା ଜନିତ ବୀମାର ବ୍ୟବସ୍ଥା ଅଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ୧୨ଟଙ୍କା ପ୍ରିମିୟମ୍ ଦେୟ ରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ରାଜ୍ୟ ସରକାର ବହନ କରିବେ ।
ଉଲ୍ଲେଖ ଯୋଗ୍ୟ ଯେ ୫୧ ରୁ ୭୦ ବର୍ଷ ବୟସ ମଧ୍ୟରେ ଥିବା ସଂଚୟ ଜମା ଖାତାଧାରୀ ମାନଙ୍କୁ ଉପରସ୍ଥ ପ୍ରଦତ୍ତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ନିମନ୍ତେ ସମୁଦାୟ ବାର୍ଷିକ ୧୨ଟଙ୍କା ପ୍ରିମିୟମ୍ ଦେୟକୁ ରାଜ୍ୟ ସରକାର ବହନ କରିବେ ।
୮- କାଳିଆ ଯୋଜନାରେ ଫସଲ ଋଣ ବିନାସୁଧରେ ଦେବାର ବ୍ୟବସ୍ଥା ଅଛି କି?
ହଁ, ଖରିଫ ୨୦୧୯ ବର୍ଷ ଠାରୁ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପ୍ରଦାନ କରାଯିବା ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛିା
୯- କାଳିଆ ଯୋଜନାରେ କେଉଁ ସହାୟତା କେଉଁ ବର୍ଗର ଚାଷୀ ପାଇବେ?
# ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ ପାଇଁ ମୋଟ ୨୫,୦୦୦ ଟଙ୍କାର ସହାୟତା ରାଶି ୫ ଗୋଟି ଫସଲ ଋତୁରେ ୨୦୧୮-୧୯ ରବି ଋତୁ ଠାରୁ ୫ଟି କିସ୍ତିରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।
# ଭୂମିହୀନ କୃଷି ପରିବାର ଶ୍ରମିକମାନେ କାଳିଆ ଯୋଜନାର ଜୀବିକା ନିର୍ବାହ ସହାୟତାରେ ଆନୁସଙ୍ଗିକ କୃଷିକାର୍ଯ୍ୟ ପାଇଁ ୧୨,୫୦୦ ଟଙ୍କା ପାଇବୋ
# ଯେଉଁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ତଥା କୃଷି ପରିବାରର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗଦ୍ୱାରା ଆକ୍ରାନ୍ତ ହୋଇ କୃଷିକାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ କାଳିଆ ଯୋଜନାରେ ଏକ କାଳୀନ ୧୦,୦୦୦ଟଙ୍କାର ଆର୍ଥିକ ସହାୟତା ପାଇପାରିବୋ ଉପରୋକ୍ତ ତିନୋଟି ଆର୍ଥିକ ସହାୟତା ମଧ୍ୟରୁ ଜଣେ ହିତାଧିକାରୀ ଯୋଗ୍ୟତା ଭିତିରେ ମାତ୍ର ଗୋଟିଏ ସହାୟତା ପାଇବାକୁ ସମର୍ଥ ହେବେ ।
କାଳିଆ ଯୋଜନାରେ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ମାନଙ୍କ ନିମନ୍ତେ ଜୀବନବୀମା ତଥା ଦୁର୍ଘଟଣା ଜନିତ ବୀମା ସହାୟତା ସହ ସୁଧ ବିହିନ ଫସଲ ଋଣ ନେଉଥିବା ଚାଷୀମାନଙ୍କୁ ସମସ୍ତ ସହାୟତାଯୋଗାଇ ଦିଆଯିବ ।
୧୦ - କୃଷି ପରିବାର କହିଲେ କଣବୁଝାଏ?
ଗୋଟିଏ କୃଷିପରିବାର କହିଲେ କୃଷକ ତାଙ୍କର ସ୍ତ୍ରୀ ବା ସ୍ୱାମୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ବୁଝାଇଥାଏା
୧୧ - ଜଣେ ସରକାରୀ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ଅଥବା ଅବସରପ୍ରାପ୍ତ କର୍ମଚାରୀ ଏହି ଯୋଜନାର ସୁବିଧା ପାଇବେକି?
ଜଣେ କାର୍ଯ୍ୟରତ ବା ଅବସର ପ୍ରାପ୍ତ କେନ୍ଦ୍ର/ରାଜ୍ୟ କିମ୍ବା ସରକାରୀ ଉଦ୍ୟୋଗର କର୍ମଚାରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାରୁ ବାଦ ପଡିବେ ।
୧୨- ଜଣେ ଆୟକର ଦେଉଥିବା କୃଷକ ବା ତାଙ୍କର ସ୍ୱାମୀ କିମ୍ବା ସ୍ତ୍ରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇବାକୁ ଯୋଗ୍ୟ ହେବେ କି?
ଏହି ଶ୍ରେଣୀର କୃଷକ ମାନେ କାଳିଆ ଯୋଜନାର ସହାୟତା ପାଇବା ପାଇଁ ଯୋଗ୍ୟ ହେବେ ନାହିଁ । ଚିଠା ତାଲିକାରୁ ସେମାନଙ୍କର ନାମ ବାଦ୍ ଦିଆଯିବ ।
୧୩ - ଜଣେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ନାମ ହିତାଧିକାରୀ ତାଲିକାରେ ଅଛି ନା ନାହିଁ ତାହା ସେ କିପରି ଜାଣିବେ?
ପ୍ରତି ଗ୍ରାମପଞ୍ଚାୟତ ଏବଂ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ୩ଟି ପର୍ଯ୍ୟାୟରେ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ପ୍ରକାଶିତ ହେବା ୨୦୧୯ ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ପ୍ରକାଶ କରାଯିବ ।ପ୍ରାଥମିକ କୃଷି ସମବାୟ ସମିତି ଏବଂ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ମାନେ ନିଜ ନିଜର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି କି ନାହିଁ, ତାହା ଦେଖିପାରିବୋ ସେହିଭଳି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ହିତାଧିକାରୀ ଚାଷୀମାନଙ୍କ ଚିଠା ତାଲିକା ଯଥାକ୍ରମେ ୨୦୧୯ ମସିହା ଫେବୃୟାରୀ ଓ ମାର୍ଚ୍ଚ ମାସରେ ପ୍ରକାଶ ପାଇବ ।
୧୪- ଯଦି ଚିଠା ତାଲିକାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ନଥିବ ତେବେ ସେ କଣ ପଦକ୍ଷେପ ନେବେ?
ଯଦି ହିତାଧିକାରୀଙ୍କ ନାମ ଚିଠା ତାଲିକାରେ ନଥିବ ତେବେ ନିଜ ନାମକୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମପଂଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିରେ ମିଳୁଥିବା ସବୁଜ ଫର୍ମ ପୂରଣ କରି ଡ୍ରପ ବକ୍ସରେ ଏହି ଫର୍ମକୁ ପକାଇବେ ।
୧୫ - ହିତାଧିକାରୀ ଚିଠା ତାଲିକାରେ ଯଦି ଜଣେ କେନ୍ଦ୍ର ବା ରାଜ୍ୟ ବା ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କ ନାମ ଏବଂ ଆୟକର ଦେଉଥିବା ଚାଷୀ କିମ୍ବା ତାଙ୍କର ସ୍ୱାମୀ ଅଥବା ସ୍ତ୍ରୀଙ୍କ ନାମ ରହିଥିବ, ତେବେ ସେ ଚିଠା ତାଲିକାରୁ ନାମବାଦ୍ ଦେବା ପାଇଁ କଣ ପଦକ୍ଷେପ ନେବେ ?
ଗ୍ରାମ ପଂଚାୟତ ଅଫିସ୍ କିମ୍ବା ପ୍ରାଥମିକ କୃଷି ସମବାୟ ସମିତିରେ ମିଳୁଥିବା ନାଲି ଫର୍ମକୁ ପୂରଣ କରି ନିଜ ନାମକୁ ଚିଠା ତାଲିକାରୁ ବାଦ ଦେବା ପାଇଁ ରଖାଯାଇଥିବା ଡ୍ରପ ବାକ୍ସରେ ସେମାନେ ଏହି ଫର୍ମ କୁ ପକାଇବେ ।
୧୬- ୨୦୧୮-୧୯ ରବିଋତୁ ଠାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ଯୋଜନାରେ ଚାଷକାର୍ଯ୍ୟ ପାଇଁ ସହାୟତା ପାଇପାରିବେ କି?
ହଁ, ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ୨୦୧୮-୧୯ ରବିଋତୁ ରୁ ଚାଷକାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପାଇବେ ।
୧୭- ଚାଷୀମାନଙ୍କୁ ଚାଷ ପାଇଁ ସହାୟତା ଯୋଜନାରେ ଦିଆଯାଉ ଥିବା ଆର୍ଥିକ ସହାୟତା କିପରି ଭାବରେ ସେମାନଙ୍କୁ ପ୍ରଦାନ କରାଯିବ?
ଏହି ଯୋଜନାର ସହାୟତା ରାଶି କୃଷି ପରିବାର ନାମରେ ଥିବା ଚାଷୀଙ୍କ ଜମାଖାତାକୁ ସିଧାସଳଖ ପଠାଇଦିଆଯିବ ।
୧୮- ‘କାଳିଆ’ ଯୋଜନା ବିଷୟରେ ଚାଷୀମାନେ କିପରି ସୂଚନା ପାଇବେ ଏବଂ ଅଭିଯୋଗ ପଞ୍ଜିକରଣ କରିପାରିବେ? ଏଥିପାଇଁ କୌଣସି ହେଲପ୍ଲାଇନ ବ୍ୟବସ୍ଥା ଅଛି କି ?
ହଁ,‘କାଳିଆ ହେଲ୍ପଲାଇନ୍’ ନାମରେ ଏକ ହେଲ୍ପଲାଇନ ନିମ୍ନ ପ୍ରଦତ୍ତ ଟେଲିଫୋନ ନମ୍ବରରେ ସଂଯୋଗ କରାଯାଇଛି । ଜଣେ ଚାଷୀ ଏହି ହେଲ୍ପଲାଇନରେ ଫୋନ କରି ‘କାଳିଆ’ ଯୋଜନା ସମ୍ବନ୍ଧରେ ସୂଚନା ପାଇପାରିବେ । ସେ ମଧ୍ୟ ଏହି ହେଲ୍ପଲାଇନରେ ନିଜର ଅଭିଯୋଗକୁ ପଞ୍ଜି କରଣ କରିପାରିବେ । ଏହି ଫୋନ ନମ୍ବରଟି ହେଉଛି–୧୮୦୦୫୭୨୧୧୨୨ ।
୧୯ - କାଳିଆ ବାର୍ତ୍ତା କ'ଣ?
“କାଳିଆ ବାର୍ତ୍ତା” ହେଉଛି ରାଜ୍ୟସରକାରଙ୍କ ଦ୍ୱାରା ସୂଚନା ସେବାର ଏକ ବ୍ୟବସ୍ଥା, ଏହା କାଳିଆ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଚାଷୀମାନଙ୍କୁ ପ୍ରଦାନ କରିବାରେ ସହାୟ ହେବ
୨୦ - କେମିତି ଜାଣିବେ ଆପଣ ଙ୍କ ନାଁ କାଳିଆ ଯୋଜନା ରେ ଆସିଛି ନ ନାହିଁ ?
ଆପଣ https://kalia.co.in/beneficiary.aspx ୱେବସାଇଟ ରେ ଯାଇ ନିଜ ନାଁ ଦେଖି ପାରିବେ ଅଥବା ଆପଣ ଏଇଠାରେ କ୍ଲିକ କରି ଜାଣନ୍ତୁ ଏହା କିପରି କର। ଯାଏ
Kalia Information Service
Helpline: 1800-572-1122 (toll-free number) to know more about the scheme, its benefits or anything that you would like to know.(7 AM to 9 PM) ଏହି ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ଉପରୋକ୍ତ ଦେୟମୁକ୍ତ ନମ୍ବରରେ କଲ୍ କରନ୍ତୁ, ସକାଳ ୭ଟା ରୁ ରାତି ୯ ଟା (୫ ଜାନୁଆରୀ ୨୦୧୯ ରୁ)
Barta: 080-6117-4222 (Give a missed call on this number to receive information on SMS and our KALIA call center sahayogi will call you.) ଏସ୍.ଏମ୍.ଏସ୍. ମାଧ୍ୟମରେ ତଥ୍ୟ ପାଇବା ପାଇଁ ଉପରୋକ୍ତ ନମ୍ବରରେ ମିସ୍ କଲ୍ କରନ୍ତୁ ଏବଂ କାଳିଆ କଲ୍ ସେଣ୍ଟର ସହଯୋଗୀ ଆପଣଙ୍କୁ କଲ୍ କରିବେ।
WhatsApp: +91-8456099688 Add the above number as a contact on your phone, name it KALIA. Send a Whatsapp message 'Start' to this contact to get started. That's it! We will send you the latest updates to your Whatsapp!
Please refer official website for latest and new information.
Information Source: Kalia Jojana Official Website