Header Ads

Prawn (Chingudi) Masala Recipe (ଚିଙ୍ଗୁଡ଼ି ମସଲା ତରକାରୀ)

Image Credit: Google



Prawn Masala Recipe Ingredients (ଚିଙ୍ଗୁଡ଼ି ମସଲା ତରକାରୀ ସାମଗ୍ରୀ)

-୫ ବାଁଘୁଆ ଚିଙ୍ଗୁଡ଼ି  (5 Tiger prawns)
- ୧ କଟା ଟମାଟୋ  (1 Tomato chopped)
- ୧ ପିଆଜ କଟା  (1 Onion chopped)
- ୧ ଛୋଟ ପିଆଜ  (1 small Onion)
- ୨ କଞ୍ଚା ଲଙ୍କା କଟା  (2 green Chilli chopped)
- ୨ ରସୁଣ ପାଖୁଡା  (2 Kinds of Garlic)
- ୨୫ ଗ୍ରାମ ଅଦା (25 gms Ginger)
- ୧ ପିସ ଡାଲଚିନି  (1 piece Dalchin)
- ସୋରିଷ ତେଲ (Mustard oil)
- ହଳଦୀ ଗୁଣ୍ଡ  (Turmeric powder)
- ଲୁଣ  (Salt)
- ଜିରା (Cumin)
- ଜିରା ଗୁଣ୍ଡ  (Cumin powder)
- ଲଙ୍କା ଗୁଣ୍ଡ  (Chilli powder)
- ଧନିଆ ପତ୍ର  (Coriander leaves)


Prawn Masala Preparation (ଚିଙ୍ଗୁଡ଼ି ମସଲା ତରକାରୀ ତିଆରି )

୧. ଛୋଟ ପିଆଜ , ରସୁଣ, ଅଦା, ଡାଲଚିନି କୁ ଭଲ ରେ ପେଷ୍ଟ କରନ୍ତୁ 
(1. Grind 1 small onion, garlic, ginger, dalchin properly. Make paste.)



୨. ଚିଙ୍ଗୁଡ଼ି ରେ ହଳଦୀ ଗୁଣ୍ଡ ଏବଂ ଲୁଣ ଦେଇ ଭଲ ରେ ଗୋଳେଇ ଦିଅନ୍ତୁ 
(2. Marinate prawn with turmeric powder, salt.)



୩. କଢେଇ ଗରମ କରି ସୋରିଷ ତେଲ ଢଳାନ୍ତୁ ଏବଂ ସେଥିରେ ଏହି ଚିଙ୍ଗୁଡ଼ି ଗୁଡିକ ଭଲ ରେ ଭାଜି ଦିଅନ୍ତୁ 
(3. Fry it in mustard oil, until golden brown color.)



୪. ବର୍ତମାନ କଢେଇ ଗରମ କରି ସେଥିରେ ସୋରିଷ ତେଲ ଦେଇ , ସେଥିରେ ଜିରା , କଟା ପିଆଜ, କଞ୍ଚା ଲଙ୍କା ଦେଇ ଭଲ ରେ ଫ୍ରାଏ କରନ୍ତୁ 
(4. Take a pan with mustard oil, put some cumin, chopped onions & chopped green chili. )



୫. ପିଆଜ ଲାଲ ଦେଖା ହେଲା ପରେ ସେଥିରେ ପେଷ୍ଟ ଦିଅନ୍ତୁ ଏବଂ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଦିଅନ୍ତୁ ଏବଂ ଭଲ ରେ କଶନ୍ତୁ 
(When onion looks brown, put paste, turmeric powder, cumin powder, chili powder.)


୬. ୧୫ ମିନଟ ପରେ ସେଥିରେ ଟମାଟୋ ଦିଅନ୍ତୁ ଏବଂ ଲୁଣ ମଧ୍ୟ, ଏହା ପରେ ଭଲ ରେ କଶନ୍ତୁ ଯେପରି ତେଲ ବାହାରି ଆସେ 
(6. After 10-15 minutes, add chopped tomato & salt. Fry them till oil comes out from the paste.)



୭. ବର୍ତମାନ ସେଥିରେ ଚିଙ୍ଗୁଡ଼ି ଗୁଡିକ ଦେଇ ଭଲ ରେ କଷି ଦିଅନ୍ତୁ ଏବଂ ସେଥିରେ ଅଳ୍ପ ଗରମ ପାଣି ମଧ୍ୟ ଦେଇ ଦିଅନ୍ତୁ ଯଦି ଝୋଳ ଦରକାର ଥାଏ 
(7. Then add fried prawns & mix and Add 1-2 cup of boiled water, if necessary.)





୮. କମ ଆଞ୍ଚ ରେ ୫ ରୁ ୧୦ ମିନଟ ରଖନ୍ତୁ ତା ପରେ ଗରମ ମସଲା ଦିଅନ୍ତୁ ଏବଂ କିଛି ଧନିଆ ପତ୍ର 
(8. Heat on low flame 5-10 mins.Then add garam masala, some coriander leaves.)



୯. ରୁଟି କିମ୍ବା ଭାତ ସହିତ ବଢାନ୍ତୁ 
(9. Serve with Roti or Rice.)





ରେସିପି ତିଆରି କରିଛନ୍ତି 
ସୁଶ୍ରୀ ମହାପାତ୍ର 
ଭୁବନେଶ୍ୱର, ଓଡିଶା


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com 

No comments

Powered by Blogger.